ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ସାହିଦ ଆଫ୍ରିଦିଙ୍କ ଆତଙ୍କବାଦୀ ଭାଇକୁ ଗୁଳି କରି ମାରିଥିଲା ବିଏସଏଫ୍‌, ୨୨ ବର୍ଷ ପରେ ବିଷ ଓଗାଳୁଛନ୍ତି ପୂର୍ବତନ କ୍ରିକେଟର

Published By : Tapas Panda | May 2, 2025 8:42 PM

ନୂଆଦିଲ୍ଲୀ: ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ସାହିଦି ଆଫ୍ରିଦି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ବିରୋଧରେ ଓଗାଳୁଛନ୍ତି ବିଷ । ଆତଙ୍କବାଦୀଙ୍କ ବିରୋଧରେ ପଦେ ନକହି ଭାରତକୁ ଆକ୍ରମଣ ପାଇଁ ଦାୟୀ କରି ଫସିଛନ୍ତି ବିବାଦରେ । ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ମନ୍ତବ୍ୟ ଦେଇ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଆଫ୍ରିଦି ? କାହିଁକି ଭାରତ ପାଇଁ ତାଙ୍କ ମନରେ ଏତେ କ୍ରୋଧ ? ଭାରତ ପ୍ରତି ଆଫ୍ରିଦିଙ୍କ ଏ ଘୃଣା ଆଜିର ନୁହେଁ । ଏହା ପଛରେ ରହିଛି ୨୨ ବର୍ଷ ତଳର ଘଟଣା ସହ କନେକ୍ସନ । ସେପ୍ଟେମ୍ବର ୭, ୨୦୦୩ଣା । ଏହି ଦିନ ସାହିଦ ଆଫ୍ରିଦିଙ୍କ ଦାଦା ପୁଅ ଭାଇକୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ମାରିଥିଲା ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ –ବିଏସଏଫ୍‌ । 

ଆଫ୍ରିଦିଙ୍କ ଭାଇ ଶାକିବ ପରୋପେକାରୀ ମଣିଷ ନଥିଲା ବରଂ ଥିଲା କୁଖ୍ୟାତ ଆତଙ୍କବାଦୀ । ପେଶାଓ୍ବାରରେ ଜନ୍ମିତ ଶାକିବ ଅନନ୍ତନାଗରେ ଚଳାଇଥିଲା ଆତଙ୍କବାଦୀ କାର୍ଯ୍ୟାକଳାପ ।   ଆତଙ୍କୀ ସଂଗଠନ ହରକତ ଉଲ ଅଂସାରର କମାଣ୍ଡର ଥିଲା ଶାକିବ। କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦ ସହ ଥିଲା ତାର ଲିଙ୍କ୍‌ । ଦେଢ଼ ବର୍ଷ ଧରି ଅନନ୍ତନାଗରେ ଆକ୍ଟିଭ ଥିଲା ସେ । ବିଏସଏଫ ଏବଂ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟ ବେଳେ ପ୍ରାଣ ହରାଇଥିଲା ସାହିଦଙ୍କ ଦାଦା ପୁଅ ଭାଇ । ଆଉ ସେବେ ଶାକିବ ସହ ଆଫ୍ରିଦିଙ୍କ ସଂପର୍କ ଥିବା ଡକ୍ୟୁମେଣ୍ଟ ପାଇଥିଲା ବିଏସଏଫ। ଶାକିବ ସହ ସାହିଦଙ୍କ କନେକ୍ସନ ନେଇ ଖୁଲାସା ହୋଇଥିଲା। କିନ୍ତୁ ଏହାକୁ ସେତେବେଳେ ଖଣ୍ଡନ କରିଥିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦି ଆଫ୍ରିଦି। ତାଙ୍କ ପରିବାର ବହୁତ ବଡ଼ ଏବଂ ସେ ଦାଦା ପୁଅ ଭାଇ ଶାକିବକୁ ଜାଣିନଥିବା କହିଥିଲେ ।

 ୨୦୦୩ର ସାହିଦଙ୍କ ଏହି ରାଗ କୁହୁଳି କୁହୁଳି ଜ୍ବାଳାମୁଖୀ ସାଜିଛି । ଭାରତ ବିରୋଧରେ ଲଜ୍ଜାକର ମନ୍ତବ୍ୟ ଦେଇ ଖବରରେ ରହିବାକୁ ଚେଷ୍ଟା ଚଳାଇଛନ୍ତି ଆଫ୍ରିଦି । ସେ କହିଛନ୍ତି, ଭାରତ ଏହି ଆକ୍ରମଣ କରାଇ ପାକିସ୍ତାନ ମୁଣ୍ଡରେ ଦୋଷ ଲଦିଛି । ସେ ନିଜେ ଆତଙ୍କବାଦୀଙ୍କୁ ବିରୋଧ କରନ୍ତି ବୋଲି କହିଛନ୍ତି । କୌଣସି ଦେଶ ଏବଂ ଧର୍ମ ଆତଙ୍କବାଦକୁ ସମର୍ଥନ କରେ ନାହିଁ ଏବଂ ସେ ସବୁବେଳେ ଶାନ୍ତିର ସପକ୍ଷରେ ଥିବା କହିଛନ୍ତି । ଏହା ସହ ଆଫ୍ରିଦି ଆହୁରି କହିଛନ୍ତି ଇସ୍ଲାମ ସର୍ବଦା ଶାନ୍ତିର ବାର୍ତ୍ତା ଦିଏ ଏବଂ ପାକିସ୍ତାନ କେବେ ବି ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରେନାହିଁ । ତେବେ ଆଫ୍ରିଦିଙ୍କ ଏହି କଥାର କେତେ ସତ୍ୟତା ଅଛି ତା ଭାରତ ସମେତ ସମଗ୍ର ବିଶ୍ବକୁ ଜଣା ଅଛି । ସେପଟେ ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣର ଭୟରେ ଥରୁଛି ପାକିସ୍ତାନ । ପୂର୍ବରୁ ବହୁ ବାର ଭାରତର ପ୍ରଚଣ୍ଡ ମାଡ଼ରେ ଆଣ୍ଠେଇଥିବା ପାକିସ୍ତାନ ଏବେ ନିଜକୁ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଛି । ଏପରିକି ନେତା, ମନ୍ତୀମାନଙ୍କ ଠାରୁ ଆରମ୍ଭ କରି ପାକିସ୍ତାନର କ୍ରିକେଟର ଏବେ ଭାରତ ବିରୋଧୀ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଆଉ ଏହି ଧାରାରେ ଯୋଡ଼ି ହୋଇ ନିଜର ପୁରୁଣା ରାଗକୁ ଥଣ୍ଡା କରିବାକୁ ଚେଷ୍ଟା କରୁଛନ୍ତି ସାହିଦ ଆଫ୍ରିଦି ।

 ଏସବୁ ଭିତରେ ନିଜ ଦେଶକୁ ଧର୍ମର ଦେବତା ବୋଲି ବିବେଚନା କରୁଥିବା ଆଫ୍ରିଦି ନିଜ ଦେଶରେ ମାଡ଼ ଖାଉଥିବାର ଭିଡିଓ ଏବେ ଭାଇରାଲ୍‌ ହୋଇଛି ।   ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ଫ୍ୟାନ୍ସ ଆଫ୍ରିଦିଙ୍କ ତାଙ୍କୁ ଏହି ଭିଡିଓ ମାଧ୍ୟମରେ ଜବାବ ଦେଇଛନ୍ତି । ଏହି ଭିଡିଓ ମାର୍ଚ୍ଚ ୨୩, ୨୦୧୨ର । କରାଚି ଏୟାରପୋର୍ଟରେ ଜଣେ ଫ୍ୟାନଙ୍କ ଉପରେ ହାତ ଉଠାଇ ହଟହଟ୍ଟା ହୋଇଥିଲେ ସାହିଦ ଆଫ୍ରିଦି । ଲୋକେ ଚାପୁଡ଼ା ପରେ ଚାପୁଡ଼ା ମାରି ତାଙ୍କ ହାଲ ବେହାଲ କରିପକାଇଥିଲେ । ଆଉ ଏବେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆଉ ଥରେ ନିଜ ଅଭଦ୍ରାମୀର ପରିଚୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.